ଓଡ଼ିଶା ମାଟିର ଗର୍ଵ ଓ ଗୌରବ
ଲକ୍ଷ୍ମୀକାନ୍ତ କୃତିସ୍ମୃତି
ଡିସେମ୍ବର ନ ଅଠର୍ସ ଅଠାଅସି
ରାଧାମାଣି କୋଳେ ଜନ୍ମି ।
ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମେ
ପିତା ଥିଲେ ଭାଗବତ
ମାତା ରାଧାମଣିଙ୍କ ଯୋଗ୍ୟ ସନ୍ତାନ
ଯଶସ୍ବୀରେ ଲକ୍ଷ୍ମୀକାନ୍ତ ।
ଲକ୍ଷ୍ମୀ ପୂଜାଦିନ ଜନ୍ମ ହୋଇଥିଲେ
ଗୃହେ ଆନନ୍ଦ ଉଲ୍ଲାସ
ଲକ୍ଷ୍ମୀଙ୍କ ନାମେ ହେଲା ନାମକରଣ
ଶୁଭ ନାମରେ ହରଷ ।
ଉଚ୍ଚ ମାଧ୍ୟମିକ ଶିକ୍ଷା ଛାଡିଦେଇ
ଇଂରେଜ ସହ ଲଢେ଼ଇ
ଇଂରେଜ ସୈନ୍ୟଙ୍କ ଦ୍ବାରା ହେଲେ ବନ୍ଦୀ
ପିଲାରୁ ଜେଲ ବିତାଇ ।
ଉଣେଶ ତେର ମସିହା ଲକ୍ଷ୍ମୀକାନ୍ତ
ସ୍ନାତକ ଡିଗ୍ରୀ ଉତ୍ତୀର୍ଣ୍ଣ
ଦେଶାତ୍ମବୋଧକ କବିତାମାନ ରଚି
ଏକତା ସ୍ବର ଉତ୍ତୋଳନ ।
ଲକ୍ଷ୍ମୀକାନ୍ତ ପରିବାର ପ୍ରଭାବିତ
ବାପୁ ଦେଶ ପ୍ରେମ ଦେଖି
ପ୍ରତି ଆନ୍ଦୋଳନର ଥିଲେ ସୂତ୍ରଧର
ଜାତିର ପିତା ଗାନ୍ଧିଜୀ ।
ଲବଣ ସତ୍ୟାଗ୍ରହ, ଅସହଯୋଗ
ଦେଖି ସେହି ଆନ୍ଦୋଳନ
କବି ପରିବାର ହେଲେ ମର୍ମାହତ
ଆଘାତେ ହୃଦ ସ୍ପନ୍ଦନ ।
ଇଞ୍ଚୁଡିର ସତ୍ୟାଗ୍ରହ ରେ ସାମିଲ
କବିଙ୍କ ସପରିବାର
କାନ୍ତକବିଙ୍କ ବଡ଼ପୁଅ ନିତ୍ୟାନନ୍ଦ
ପ୍ରତ୍ୟକ୍ଷ ଭୂମିକା ଭାର ।
କଲମ ମୁନରେ ସୃଷ୍ଟି କରିଗଲେ
ଦେଶ ପ୍ରେମର କବିତା
ସ୍ବାଧୀନତା ପ୍ରାପ୍ତ କରିବା ପାଇଁକି
କବିତା ଅସ୍ତ୍ର ବନିତା ।
ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ରେ
କବିଙ୍କ ମନେ ପ୍ରେରଣା
ଶକ୍ତିଶାଳୀ ଓ କାଳଜୟୀ କବିତା
ରଚିଲେ ଶବ୍ଦ ଝରଣା ।
ମାତୃଭୂମି, ମାତୃଭାଷାର ସୁରକ୍ଷା
କବିତା ଦ୍ଵାରା ଜାଗ୍ରତ
କାନ୍ତକବିଙ୍କ ପ୍ରତି ଲେଖାରେ ଥାଏ
ଦେଶ ପ୍ରୀତି ତ ନିସୃତ।
କଂଗ୍ରେସର ଜିଲ୍ଲା ସମ୍ମିଳନୀ ହେଲା
ଭଦ୍ରକ ରେ ଆୟୋଜିତ
କବିଙ୍କର ସେହି ରହି କବିତାଟି
ସମସ୍ତଙ୍କୁ କଲା ମୋହିତ ।
ଦେଶ ପ୍ରେମ ଲେଖା କଲା ଆକର୍ଷଣ
ଆର୍ଯ୍ୟବାହିନୀ କବିତା
ଓଡ଼ିଶା ଆତ୍ମଶକ୍ତି ଜାଗି ଉଠିଲା
ଲେଖନୀ ସୃଷ୍ଟି ବାରତା ।
ତେତିଶ ଗୋଟି ଦେଶ ପ୍ରେମ କବିତା
ପ୍ରଥମ ଭାଗେ ଛବିଶ
ସାତଟି କବିତା ଦ୍ଵିତୀୟ ଭାଗରେ
ଉକ୍ତି କବିତାରେ ମିଶି ।
ପ୍ରଳୟ ଦୁନ୍ଦୁଭି, ଜାତୀୟ ପତାକା
ଉନ୍ମାଦ, ସମର ସଙ୍ଗୀତ
ଆର୍ଯ୍ୟବାହିନୀ, ଏଦେଶ, ବିଜୟ ବନ
କବିଙ୍କ ଦ୍ବାରା ରଚିତ ।
କ୍ଷୁଦ୍ର ଗଳ୍ପ ତାଙ୍କର ବୁଢା ଶଙ୍ଖାରୀ
କଣାମାମୁଁ ଉପନ୍ୟାସ
ଆଜିବି ପ୍ରତିଘରେ ଘରେ ରହିଛି
ଜୀବନ୍ତ ସେ ଗଳ୍ପଶୀର୍ଷ ।
ଡିମ୍ବକ୍ରେସି ସଭା, ହନୁମନ୍ତ ବସ୍ତ୍ର ହରଣ
ସମସ୍ୟା, ନାଟକ ରଚି
ରାଜନୈତିକ ଅସ୍ଥିରତା ଉପରେ
ବହିରେ ଲେଖା ହୋଇଛି ।
ବ୍ୟଙ୍ଗ ନାଟକ ତାଙ୍କର ଫିଲ୍ମଷ୍ଟାର
ଭିନ୍ନ ସାହିତ୍ୟ ଲାଳିକା
ଚନ୍ଦ୍ରହାସ ଚମ୍ପୁ ଲାଳିକା ରଚନା
କବିଙ୍କ ଶ୍ରେଷ୍ଠ ତାଲିକା ।
ଥିଲେ ସାହିତ୍ୟ ପତ୍ରିକା ପ୍ରତିଷ୍ଠାତା
ପତ୍ରିକା ନାମ ଡଗର
ପଚିଶ ବର୍ଷେ କୁଷ୍ଠ ରୋଗେ ଆକ୍ରାନ୍ତ
ଦୁଃଖ ଦିନ ତ ତାଙ୍କର ।
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତଟି
ଅମିଳନ କୃତିଧାରା
ଆମ ଓଡ଼ିଶାର ରାଜ୍ୟ ସଙ୍ଗୀତର
ମାନ୍ୟତା ପାଇଛି ପରା ।
ଫେବ୍ରୁଆରୀ ମାସ ଉଣେଶ ତେପନ
ଚବିଶ ତାରିଖ ଦିନ
ଚିର ପୂଜନୀୟ ଯୋଗଜନ୍ମାଙ୍କର
ଇହଲୀଳା ସମ୍ବରଣ ।
ସ୍ନିଗ୍ଧା ସାମନ୍ତରାୟ,
ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର


0 Comments